ରିପୋର୍ଟ କାର୍ଡ / ପୁରୀ
ଆଜିଠୁ ପୁଣି ଖୋଲିଛି ଶ୍ରୀମନ୍ଦିର। ଇଂରାଜୀ ନବବର୍ଷର ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ତିନିଦିନର ସର୍ବ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଭକ୍ତମାନେ । ଭିଡକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଓମିକ୍ରନ ସଂକ୍ରମଣ ଭୟ ଥିବାରୁ ଭକ୍ତ ମାନେ ବ୍ୟାରିକେଡରେ ଯାଇ କୋଭିଡ୍ କଟକଣା ମାନି ଦର୍ଶନ କରିବାକୁ ଅପିଲ୍ କରାଯାଇଛି। ଗର୍ଭବତୀ ମହିଳା, ଛୋଟପିଲା ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ପୁରୀ ସହରବାସୀ ପୂର୍ବ ପରି ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ଯିବେ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ