ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମୁମ୍ବଇ ଘାଟକୋପର ଅଞ୍ଚଳରେ ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଅଗ୍ନିକାଣ୍ଡ ସୂଚନା ମିଳିବା ପରେ ୮ଟି ନିଆଁଲିଭା ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ଲାଗିଛି। ଘାଟକୋପର ଆସାଲଫା ହିମାଳୟ ସୋସାଇଟି ବସ୍ତିରେ ଥିବା ଏକ ଗୋଦାମରେ ଏହି ନିଆଁ ଲାଗିଥିଲା। ପରେ ଏହା ବସ୍ତିର ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଥିଲା। ଏଥିରେ ଘଟିଥିବା କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..