ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌର ନିର୍ବାଚନ ପାଇଁ ଓ୍ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ । ସମସ୍ତ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପୌର ପ୍ରଶାସନ ନିର୍ଦ୍ଦେଶକ ଦେଇଛନ୍ତି । ଚିଠି ଅନୁସାରେ, ୨୦୧୧ ଜନଗଣନା ଅନୁଯାୟୀ ସୀମା ପୁନଃ ନିର୍ଦ୍ଧାରଣ ହେବ । ୫ମହାନଗର ନିଗମ ଓ ୧୦୭ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ କରାଯିବ । ଅଣ ସଂରକ୍ଷିତ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ । ଜାନୁଆରୀ ୫ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ଦେବାକୁ ନିର୍ଦ୍ଦେଶ । ସେହିପରି ଜାନୁଆରୀ ୭ସୁଦ୍ଧା ପ୍ରକାଶ ପାଇବ ଚିଠା ତାଲିକା। ମ୍ୟୁନିସିପାଲିଟି, ଏନଏସି ପାଇଁ ଆଜିଠୁ ଆରମ୍ଭ ହେଲା ପ୍ରକ୍ରିୟା । ଜାନୁଆରୀ ୧୨ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୧୩ରେ ପ୍ରକାଶ ପାଇବ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..