ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ମାଆ ନିଜର ୨ ମାସର ପୁଅକୁ ହତ୍ୟା କରି କୂଅରେ ପିଙ୍ଗିଥିବା ଦେଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ | ମିଳିଥିବା ସୂଚନା ଅନୁସାରେ ହତ୍ୟା ପରେ ଅଖାରେ ପୁରାଇ ପଥର ବାନ୍ଧି କୂଅକୁ ଫିଙ୍ଗି ଦେଇଛି ମାଆ | ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଛି। ପୁଅକୁ ମାଆ ହତ୍ୟା କରିବା ସ୍ୱୀକାରୋକ୍ତି ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..