ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୬୩୯ ଜଣ ସୁସ୍ଥ ହୋଇସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିଲ୍ଲୀରେ ୩୫୧, କେରଳ ୧୫୬, ଗୁଜରାଟ ୧୩୬, ତାମଲନାଡୁ ୧୨୧ ଓ ରାଜସ୍ଥାନରେ ୧୨୦ ଜଣ ଏହି ପ୍ରକରଣରେ ଆକ୍ରାନ୍ତ ହୋଇଛନ୍ତି। ଏହାବ୍ୟତୀତ ତେଲେଙ୍ଗାନା ୬୭, କର୍ଣ୍ଣାଟକ ୬୪, ହରିଆଣା ୬୩, ଓଡ଼ିଶା ୩୭, ପଶ୍ଚିମବଙ୍ଗ ୨୦, ଆନ୍ଧ୍ରପ୍ରଦେଶ ୧୭, ମଧ୍ୟ ପ୍ରଦେଶ ୯, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପ୍ରତ୍ୟେକରେ ୮ ଜଣ ଚିହ୍ନଟ ହୋଇଛନ୍ତି। ଚଣ୍ଡିଗଡ ଓ ଜମ୍ମୁ କାଶ୍ମୀରରେ ୩ ଜଣ ଲେଖାଏଁ, ଆଣ୍ଡାମାନ ନିକୋବର ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ, ମଣିପୁର ଓ ପଞ୍ଜାବରେ ଜଣେ ଲେଖାଏଁ ଏହି ପ୍ରକରଣରେ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..