Report Card Odisha

| Daily Odia News

ଜିପ୍‍ ଉପରେ ଓଲଟିଲା ହାଇୱା,୩ ପୋଲିସ ମୃତ….

ରିପୋର୍ଟ କାର୍ଡ / ପଟଣା

ହାଇୱା ଭାରସାମ୍ୟ ହରାଇ ଧକ୍କା ହେବା ପରେ ପୋଲିସ ଜିପ୍‍ ଉପରକୁ ଓଲଟି ପଡିଛି। ଫଳରେ ଜିପ୍‍ ରେ ଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆଜି ସକାଳେ ପଟଣାର ଦାନାପୁର ଅଞ୍ଚଳରେ | ଏନେଇ ସ୍ଥାନୀୟଲୋକଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ- ହାଇୱା ପୋଲିସ ଜିପ୍‍ କୁ ପଛପଟୁ ଧକ୍କା ଦେବା ପରେ ଜିପ ଉପରେ ଓଲଟି ପଡିଥିଲା। ଫଳରେ ପୁଲିସ କର୍ମଚାରୀ ଜିପ ଭିତରେ ଚାପି ହୋଇ ରହିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଜିପ୍‍ ରେ ନିଆଁ ମଧ୍ୟ ଲାଗି ଯାଇଥିଲା। ଖବର ପାଇ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନାନୁଯାୟୀ,ଦୁର୍ଘଟଣାର ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିପ୍‍ ରେ ଫସି ରହିଥିବା ସଭିଁଙ୍କୁ ଉଦ୍ଧାର କରିଥିଲେ। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଦୁର୍ଘଟଣା ସ୍ଥାନରେ ବରିଷ୍ଠ ଅଧିକାରୀ ପହଞ୍ଚିବା ସହ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Breaking News