ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତ ସମୟରେ ବାଟରେ ପାଖାପାଖି ୨୦ ମିନିଟ ଧରି ଅଟକି ରହିଥିଲେ । ଏହାକୁ ନେଇ ରାଜନୀତି ସରଗରମ ରହିଛି । ଏହି ଘଟଣା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଡିଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଏପଟେ ପଞ୍ଜାବ କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁ ମୋଦିଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି ପ୍ରାୟ ଦେଢ ବର୍ଷ ଧରି କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବସି ରହିଥିଲେ । ଆଉ ମୋଦି ୧୫ ମିନିଟ ରାସ୍ତାରେ ଅଟକି ଯିବାରୁ ଏତେ ବ୍ୟସ୍ତ ହୋଇ ପଡୁଛନ୍ତି । ଏମିତି ଦୋହରା ମାପଦଣ୍ଡ କ’ଣ ପାଇଁ ବୋଲି ସିଦ୍ଧୁ ପ୍ରଶ୍ନ କରିଛନ୍ତି । ମୋଦି କହିଥିଲେ କୃଷକଙ୍କ ଆୟ ଦ୍ୱିଗୁଣା କରିଦେବେ । ହେଲେ ଏବେ କୃଷକଙ୍କ ପାଖରେ ଯାହା ଥିଲା ତାକୁ ବି ଆପଣ ଛଡାଇ ନେଇଗଲେ । ସୂଚନାଯୋଗ୍ୟ, ମୋଦି ରାସ୍ତାରେ ଅଟକି ରହିବା ଘଟଣାକୁ ନେଇ ବାରମ୍ବାର ପଞ୍ଜାବ ସରକାରଙ୍କ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିବା ବେଳେ ପଞ୍ଜାବର କଂଗ୍ରେସ ନେତା ବି ପାଲଟା ଜବାବ ଦେଇ ଚାଲିଛନ୍ତି ।
More Stories
୧୨ରୁ ୧ଟା ସୁଦ୍ଧା ସରିବ ହୋଲି ଖେଳ…..
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବିସ୍ଫୋରଣ….
କୋର୍ଟରେ ହାଜର ହେଲେ ରାଜା ଚକ୍ର…..