ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଲାଗି ରହିଥିବା ସୀମା ବିବାଦ ଶୁଣାଣିକୁ ସୁପ୍ରିମକୋର୍ଟ ଚଳିତ ମାସ ୨୪ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଗୁରୁବାର ଦିନ ଥିଲା ମାମଲାର ଷଷ୍ଠ ଶୁଣାଣି। ବିଚାରପତି ଜଷ୍ଟିସ ଏଏମ୍ ଖାନୱିଲକର ଏବଂ ବିଚାରପତି ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠରେ ଗୁରୁବାର ଦିନ ଏହାର ଶୁଣାଣି ହୋଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଖଣ୍ଡପୀଠଙ୍କୁ ଅବଗତ କରି କହିଥିଲେ ଯେ କୋଟିଆ ବିବାଦ ସମାଧାନ ପାଇଁ ଦୁଇ ରାଜ୍ୟର ଅଧିକାରୀସ୍ତରୀୟ ବୈଠକ ଚଳିତ ମାସ ୧୦ ତାରିଖରେ ଆୟୋଜନ ହେବାକୁ ଯାଉଛି। ବୈଠକର ନିଷ୍କର୍ଷକୁ ଅପେକ୍ଷା କରିବାକୁ ହେବ। ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଉ ବୋଲି ସେ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଏହାପରେ ମାମଲାର ଶୁଣାଣିକୁ ଖଣ୍ଡପୀଠ ଜାନୁଆରୀ ୨୪କୁ ଘୁଞ୍ଚାଇ ଦେଇଥିଲେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..