ରିପୋର୍ଟ କାର୍ଡ / ପୁର
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ଥିବା ବେଳେ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ କରାଯାଇଛି। ଆସନ୍ତା ସୋମବାର ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ସ୍ୱର୍ଗଦ୍ୱାରରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ଶବଦାହ ଅନୁମତି ମିଳିଛି। ଆଜି ଏନେଇ ପୁରୀ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ି ଚାଲିଛି। କାହାକୁ କୋଭିଡ୍ ହୋଇଛି ବା କାହାକୁ କୋଭିଡ୍ ହୋଇନି ଜାଣିବା ମୁସ୍କିଲ୍। ପୁଣି ସ୍ୱର୍ଗଦ୍ୱାରର କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସୋମବାର ଠାରୁ ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାରେ ଯେଉଁମାନଙ୍କର ମୃତ୍ୟୁ ଘଟିଥିବ ସେମାନଙ୍କ ଶବକୁ ସ୍ୱର୍ଗଦ୍ୱାରରେ ଦାହ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲ୍ଲାର ଯେଉଁ ଲୋକଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ଶବକୁ ଏଠାରେ ଦାହ କରିବାକୁ ଅନୁମତି ମିଳିବ। ଏଥିପାଇଁ ପରିଚୟ ପତ୍ର ଦେଖାଇବାକୁ ହେବ। ତା’ସହିତ ମୃତ ବ୍ୟକ୍ତିଙ୍କୁ କୋଭିଡ୍ ହୋଇ ନଥିବା ନେଇ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଉପଜିଲ୍ଲାପାଳ ଆହୁରି କହିଛନ୍ତି ଯେ ସାମୟିକ ସମୟ ପାଇଁ ଏହି କଟକଣା ଲାଗୁ କରାଯାଇଛି। ପରିସ୍ଥିତି ଠିକ୍ଠାକ୍ ହେଲେ ପୁଣି ପୂର୍ବ ବ୍ୟବସ୍ଥା ଲାଗୁ କରାଯିବ। ତେଣୁ ଏଥିରେ ଜନସାଧାରଣ ସହଯୋଗ କରିବା ଆବଶ୍ୟକ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..