ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ କିଛି ନୂତନ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।ସେ କହିଛନ୍ତି ଯେ, ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ଼ ଟେଷ୍ଟ କରାଯିବ । ଏଥିପାଇଁ ଡାକ୍ତର ଓ ରୋଗୀଙ୍କର ଆଣ୍ଟିଜେନ୍ ଟେଷ୍ଟ ସହ ମେଡିସିନ ମଧ୍ୟ ଦିଆଯାଉଛି । ଦ୍ରୁତ ଗତିରେ କୋଭିଡ ତଥା ଓମିକ୍ରନ୍ ମାଡି ଚାଲୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ ବଢିଚାଲିଛି । ଯଦି ଆମେ ଗାଇଡ଼ଲାଇନ୍କୁ ନମାନି ଚଳିବ । ତେବେ ଏହା ଅଧିକ ବଢିବ ।ଏବେ ଗୋଷ୍ଠୀ ସଂକ୍ରମଣ ଆଡକୁ ମାଡିଚାଲୁଛି। ଅତି ଦରକାର ନଥିଲେ ଅଯଥାରେ ବାହାରକୁ ଆସନ୍ତୁ ନାହିଁ । ନିୟମିତ ଭାବେ କୋଭିଡ ନିୟମକୁ ଅନୁପାଳନ କରନ୍ତୁ ।






More Stories
୨୪ ରେ ବାରବାଟୀ ଟି-୨୦……
ଦୁଇ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ…..
ବଢ଼ିବନି ବିଧାୟକଙ୍କ ଦରମା !…..