Report Card Odisha

| Daily Odia News

ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କର ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି | କଟକ ସତୀଚଉରା ଶ୍ମଶାନରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି । ମିହିରଙ୍କ ପୁଅ ଅମ୍ଳାନ ମୁଖାଗ୍ନି ଦେଇଛନ୍ତି । ସକାଳୁ ସିଡିଏସ୍ଥିତ ତାଙ୍କ ବାସଭବନରୁ ମିହିରଙ୍କ ମର ଶରୀରକୁ ମୁକ୍ତିରଥରେ ତାଙ୍କର ପୂର୍ବ ବାସସ୍ଥାନ କନିକା ଛକ ନିକଟ ରାମଗଡକୁ ଅଣାଯାଇଥିଲା । ବର୍ଷା ପାଗ ସତ୍ୱେ ବି ଅଭିନେତାଙ୍କୁ ଶେଷ ବିଦାୟ ଜଣାଇବାକୁ ବୁହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ସତୀଚଉରା ଶ୍ମଶାନକୁ ଅଣାଯିବା ପରେ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପୁତ୍ର ଅମ୍ଳାନ ମୁଖାଗ୍ନି ଦେବାପରେ ମିହିରଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି ।

ସୂଚନାଯୋଗ୍ୟ -ଅଭିନେତା ମିହିର ଦାସ କିଡନି ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପରଲୋକ ଘଟିଥିଲା । ଯାହାକି ଓଲିଉଡ଼ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

 

Breaking News