ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମ ଅଫିସ୍ରେ ୨୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମ୍ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ବିଏମ୍ସି କାର୍ଯ୍ୟାଳୟର ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ କଟକ ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ ସିଲ୍ କରିଛି ସିଏମସି। ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ଆଦି ସହିତ କୋଚିଂ ସେଣ୍ଟର ଗୁଡ଼ିକୁ ମଧ୍ୟ କରୋନା ଯୋଗୁ ବନ୍ଦ କରିବା ସହିତ ଅନ୍ଲାଇନ୍ କ୍ଲାସ୍ କରିବାକୁ କୁହାଯାଇଛି। କିନ୍ତୁ ଏହି ଗାଇଡ୍ଲାଇନ୍କୁ ନମାନି ଲିଙ୍କ୍ ରୋଡରେ ଥିବା AR କ୍ରିଏସନ୍ ସେଣ୍ଟର ନାମକ ଏକ କୋଚିଂ ସେଣ୍ଟର ଅଫ୍ଲାଇନ୍ରେ ପିଲାମାନଙ୍କୁ ପାଠ ପଢାଉଥିଲା। ଏହାସହ ସାମାଜିତ ଦୂରତା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିଲା। ସିଏମ୍ସିର ଏକ ଟିମ୍ ଆଜି ଚଢ଼ାଉ କରି ଏହି କୋଚିଂ ସେଣ୍ଟରକୁ ସିଲ୍ କରିଛନ୍ତି।






More Stories
କାର୍କୁ ଘୋଷାଡ଼ି ନେଲା ଟ୍ରକ…..
ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର….
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……