Report Card Odisha

| Daily Odia News

ଡି.ଏ.ଭି ପବ୍ଲିକ୍ ସ୍କୁଲରେ ରୌପ୍ୟ ଜୟନ୍ତୀ ଅବସରରେ କୁଇଜ୍ ପ୍ରତିଯୋଗିତା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡି.ଏ.ଭି କଳିଙ୍ଗ ନଗରରେ ରୌପ୍ୟ ଜୟନ୍ତୀ ବର୍ଷ ପାଳନ ଅବସରରେ ଆନ୍ତଃ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡି.ଏ.ଭି ଓଡ଼ିଶା ଜୋନ୍ – ୧ ଅନ୍ତର୍ଗତ ୨୯ଟି ବିଦ୍ୟାଳୟର ୫୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରୁ ୬ଟି ଦଳ ଶେଷ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଡି.ଏ.ଭି କଳିଙ୍ଗ ନଗର ପ୍ରଥମ, ଡି.ଏ.ଭି ପୋଖରିପୁଟ ଦ୍ୱିତୀୟ ଓ ଡି.ଏ.ଭି ଚନ୍ଦ୍ରଶେଖରପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କୁଇଜ୍ ପ୍ରତିଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଭାସ ରଥ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଜାତୀୟ ଯୁବ ଦବି ସ ତଥା ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ବିବେକାନନ୍ଦଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବପିଢିକୁ ଆହ୍ୱାନ କରିବା ସହ କୃତୀ ବିଦ୍ୟାଳୟମାନଙ୍କ ନାମ ଘୋଷଣା କରିଥିଲେ । ଏହି ଅବସରରେ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ସାମହୁ ିକ ସଂଙ୍ଗୀତ, ସ୍ୱରଚିତ କବିତା ପାଠ, ଉଭୟ ସଂସ୍କୃତ ଓ ଇଂରାଜୀ ଭାଷାରେ ବିଶ୍ୱଗୁରୁ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣ, ଏକ ଭାରତ ଶ୍ରେଷ୍ଠ ଭାରତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି
ସୁଚାରୁରୁପେ ସମ୍ପାଦିତ ହୋଇଥିଲା । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସିଧାପସ୍ର ।ରଣ ୟୁଟ୍ୟୁବ ମାଧ୍ୟମରେ କରାଯାଇଥିଲା ।

 

Breaking News