ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଗୁରୁଗୌରବ ଅର୍ଜନ କରିପାରନ୍ତି। ଦାନାର୍ଥେ ସନ୍ତୁଷ୍ଟ ହେବେ। ତ୍ୟାଗଶୀଳ ହେବାର ସୂଚନା ମିଳୁଛି। ଲୋଭ ସମ୍ବରଣ କରିବାକୁ ହେବ। ମତଜ୍ଞ ହେବେ। ମନ ପ୍ରଫୁଲ୍ଲ ରହିବ। ରୋଜଗାର ଭଲ ହେବ।
ବୃଷ: ରୋଜଗାର ଆଶାନୁରୂପ ହେବ। ସରକାରୀ ଅନୁଦାନ ପ୍ରାପ୍ତ ହେବେ। ବନ୍ଧୁ ସହାୟତା ମିଳିବ। ପ୍ରୀତିଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଚିନ୍ତିତ ମତବ୍ୟକ୍ତ କରିବେ।
ମିଥୁନ: ଅରୁଚିପୂର୍ଣ୍ଣ ବିତର୍କରୁ ଓହରିଯାଇ ପାରନ୍ତି। ବାଧା-ବନ୍ଧନକୁ ଏଡ଼ାଇ ଆଗୁସାର ହେବାକୁ ଉଦ୍ୟମ ଜାରି ରଖିବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମିଠାକଥା କହି ଜନମନ ବଶ କରିପାରନ୍ତି।
କର୍କଟ: ଅସାଧ୍ୟ ସାଧନ କରିବାରେ ପାରଙ୍ଗମ ହେବେ। ଜ୍ଞାନ-ଗରିମାର ସଦୁପଯୋଗ କରି ପ୍ରଶଂସାର ପାତ୍ର ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ମିଳିବ।
ସିଂହ: ରାଜକୃପା ଲାଭ କରିପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି। ଦୟାଶୀଳ ହେବେ। ଶୁଭକାର୍ଯ୍ୟ ସମ୍ପାଦନ କରିବେ। କୀର୍ତ୍ତି, ସନ୍ତୋଷ ସବୁକିଛି ମିଳିବ।
କନ୍ୟା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ଲୋକସମ୍ପର୍କ ବୃଦ୍ଧି ହେବ। ଅର୍ଥାଗମର ସୂଚନା ମିଳୁଛି।
ତୁଳା: ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସନ୍ତାନ ସୁଖ ମିଳିପାରେ। ବାକ୍ୟ ପଟୁ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ବିଛା: ଦିନଟି ସୁଖମୟ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
ଧନୁ: ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ହାସ୍ୟଯୁକ୍ତ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ।
ମକର: ରାଜପ୍ରସାଦ ହେତୁକ ସମସ୍ତ ସୁଖ, ଐଶ୍ବର୍ଯ୍ୟ ଭୋଗ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଗୃହକୁ ଆଣିବେ। ନବବସ୍ତ୍ର ପରିଧାନର ସୁଯୋଗ ସୃଷ୍ଟି ହୋଇଛି।
କୁମ୍ଭ: ନୃତ୍ୟ, ସଙ୍ଗୀତ ପ୍ରିୟ ହୋଇପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ।
ମୀନ: ସକଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ରାଜପୂଜା ମିଳିବ। ପ୍ରବକ୍ତା ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି।
More Stories
ସୁସ୍ଥ ଓ ନିରାମୟ ରହିବେ…..
ଅପୂର୍ବ ସଫଳତା ପାଇବେ…..
ଆଜିଠୁ ଅଲାରନାଥ ଦର୍ଶନ…..