ରିପୋର୍ଟ କାର୍ଡ / ଭଦ୍ରକ
ସ୍ୱାମୀ -ସ୍ତ୍ରୀର ସଂପର୍କ ସାତ ଜନ୍ମର।ଯେତେ ବାଧା ବିଘ୍ନ ଆସିଲେ ଏକାଠି ରାଇବାକୁ ବଚନ ଦେଇଥିଲେ | କିନ୍ତୁ ସମୟ ଏଭଳି ପରିସ୍ଥିତିରେ ପହଞ୍ଚିଲାଯେ ସ୍ୱାମୀ ଉପରେ ବିପଦ ପଡ଼ୁ ପଡ଼ୁ ବାଟ କାଟିଦେଲା ସ୍ତ୍ରୀ । ସ୍ୱାମୀ ଏଚଆଇଭି ପଜିଟିଭ ଜାଣିବା ପରେ ମାତ୍ର ୩ ବର୍ଷର ସଂସାରକୁ ଭାଙ୍ଗିଦେଲା ସ୍ତ୍ରୀ। ଶୁଣିଲାନି ସ୍ୱାମୀର ଗୁହାରି। ଛୁଆକୁ ଧରି ପତ୍ନୀ ବାପଘରକୁ ଚାଲିଯାଇଛି ବାପଘରକୁ | ଏଚଆଇଭି ଆକ୍ରାନ୍ତ ସ୍ୱାମୀ ଭାଙ୍ଗି ପଡ଼ିଛି । ଏପରି ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଡଙ୍ଗାରେ ଦେଖିବାକୁ ମିଳିଛି। ତୋଡଙ୍ଗା ପଞ୍ଚାୟତର ଯୁବକଜଣକ ୩ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଚଳିବା ବେଶି ସ୍ୱଚ୍ଛଳ ନ ଥିଲେ ବି ବେଶ୍ ହସଖୁସିରେ ଗଡ଼ୁଥିଲା ସଂସାର ଗାଡ଼ି। ନିଜ ବାପା, ମାଆ, ସ୍ତ୍ରୀପିଲାଙ୍କ ସହ ବେଶ୍ ହସଖୁସିରେ ଯୁବକଙ୍କ ଦିନ କଟି ଯାଉଥିଲା। କିଛି ଦିନ ପୂର୍ବେ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୁବକଜଣକ ରକ୍ତଦାନ କରିଥିଲେ । ସେଠାରେ ସେ HIV ପଜିଟିଭ ଥିବା ଜଣାପଡ଼ିଲା। ଏନେଇ ଯୁବକଜଣକ ନିଜ ଘରେ ତଥା ପତ୍ନୀଙ୍କୁ ଜଣାଇବା ପରେ ଆରମ୍ଭ ହେଇଥିଲା ପାରିବାରିକ ଜୀବନରେ ଝଡ଼। ଯୁବକଜଣକଙ୍କ କହିବାନୁଯାୟୀ, ମୋତେ ଏଚଆଇଭି ପଜିଟିଭ ଥିବା ଜଣାପଡ଼ିବା ପରେ ପାଖରେ ରହିବେ ନାହିଁ ବୋଲି ସ୍ତ୍ରୀ ଅଡ଼ି ବସିଲେ। ପରିବାର ଲୋକ ଓ ଗ୍ରାମବାସୀ ଯେତେବ ବୁଝାଇଲେ ବି ସେ ନିଜ ଜିଦ୍ରେ ଅଟଳ ରହିଲେ । ଏପରିକି ସ୍ୱାମୀଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଥିଲେ। ଶେଷରେ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ବୁଝାମଣା ପରେ ସ୍ତ୍ରୀ ବିବାହ ସମୟରେ ଆଣିଥିବା ସମସ୍ତ ଯୌତୁକ ଜିନିଷ ନେଇ ଝିଅ ସହ ବାପଘରକୁ ପଳାଇଲେ। ସ୍ୱାମୀ ଓ ଶାଶୁ ଘର ଲୋକ ଲଗାଇଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି ମହିଳାଜଣକ । ଏ ନେଇ ମହିଳାଜଣକ କହିଛନ୍ତି, ମୋ ସ୍ୱାମୀ ଏଚଆଇଭି ଆକ୍ରାନ୍ତ ହେବା ପରେ ଶାଶୁ ଘର ଲୋକ ମୋ ଉପରେ ନିର୍ଯାତନା ଦେବା ଆରମ୍ଭ କଲେ। ଏଥିଯୋଗୁ ବାଧ୍ୟ ହୋଇ ମୁଁ ଘରୁ ଯିବାକୁ ବାଧ୍ୟ ହେଉଛି। ମୋତେ ଭରଣପୋଷଣ ନେଇ ଅଡ଼ିବସିଚନ୍ତି ।
More Stories
ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ….
ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ…..
୨୧ରୁ ଖରିଫ ଧାନ କିଣା ଆରମ୍ଭ…..