ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ | ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଏଥିରେ ସାମିଲ କରାଯିବ । ଗତବର୍ଷ ନରେନ୍ଦ୍ର ମୋଦିଙ୍କ ସରକାର ଜାନୁଆରୀ ୨୩, ନେତାଜୀଙ୍କ ଜନ୍ମଦିନକୁ ସ୍ମରଣ କରିବା ନିମନ୍ତେ ‘ପରାକ୍ରମ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଭାରତର ଇତିହାସ ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକୁ ପାଳନ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାବେଳେ ଦେଶରେ ପ୍ରତିବର୍ଷ ଜାନୁଆରୀ ୨୩ରୁ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଆରମ୍ଭ ହେବ । ସରକାରଙ୍କ ପକ୍ଷରୁ ଏଥିପାଇଁ ପାଳନ କରାଯିବାକୁ ସ୍ଥିର କରାଯାଇଥିବା ଅନ୍ୟାନ୍ୟ ବିଶେଷ ଦିବସଗୁଡିକ ମଧ୍ୟରେ ଅଗଷ୍ଟ ୧୪କୁ ବିଭାଜନ ଆତଙ୍କ ସ୍ମରଣ ଦିବସ, ଅକ୍ଟୋବର ୩୧ ଜାତୀୟ ଏକତା ଦିବସ (ସର୍ଦ୍ଦାର ପଟେଲଙ୍କ ଜନ୍ମଦିନ), ନଭେମ୍ବର ୧୫ ଜନଜାତୀୟ ଗୌରବ ଦିବସ (ବିର୍ସା ମୁଣ୍ଡାଙ୍କ ଜୟନ୍ତୀ), ନଭେମ୍ବର ୨୬ ସମ୍ବିଧାନ ଦିବସ ଏବଂ ଡିସେମ୍ବର ୨୬ ଗୁରୁ ଗୋବିନ୍ଦ ସିଂଙ୍କ ଚାରିପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ଦିବସ ଆଦି ଅନ୍ତର୍ଭୁକ୍ତ ।






More Stories
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..