ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀ ଥିବାରୁ ଏହି ନିର୍ବାଚନ ତାରିଖକୁ ଘୁଞ୍ଚା ଯାଇଥିବା ସୂଚନା ମିଳିଛି । ଏନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚାନ୍ନି । ନିର୍ବାଚନ କମିଶନଙ୍କୁ ଚିଠିଲେଖି କହିଥିଲେ କି, ତାଙ୍କୁ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଇଛି। ରାଜ୍ୟରେ ସେମାନଙ୍କ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ। ଏହି ସମ୍ପ୍ରଦାୟ ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀରେ ଅଂଶଗ୍ରହଣ କରିବାକୁ ଚାହୁଁଛି। ତେଣୁ ଫେବ୍ରୁଆରୀ ୧୦ରୁ ୧୬ ମଧ୍ୟରେ ବହୁ ଭକ୍ତ ଏଥିରେ ସାମିଲ ହେବେ । ମତଦାନରେ ରହିପାରିବେ ନାହିଁ । ଯାହାଦ୍ୱାରା ବହୁତ କମ୍ ମତଦାନ ହେବ । ତେଣୁ ନିର୍ବାଚନ କମିଶନ ଫେବ୍ରୁଆରୀ ୧୪ରେ ହେବାକୁ ଥିବା ନିର୍ବାଚନକୁ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..