ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଭଗୱନ୍ତ ମାନ୍। ଆଜି ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ଘୋଷଣା କରିଛନ୍ତି | ଏହା ପୂର୍ବରୁ ଲୋକଙ୍କ ମତାମତ ପରେ କେଜ୍ରିୱାଲ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ । ଆଜି ବିଧିବଦ୍ଧ ଭାବରେ ସମ୍ମିଳନୀ କରି ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟାରେ ଲୋକେ ତାଙ୍କ ପସନ୍ଦୀୟ ପ୍ରାର୍ଥୀ ବାଛିଥିଲେ। ଭଗଓ୍ବନ୍ତ ମନ୍ନଙ୍କୁ ଫୋନ ଓ ହ୍ବାଟ୍ସଆପ୍ ଜରିଆରେ ୯୩ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ମିଳିଛି। ମାତ୍ର ୩ ପ୍ରତିଶତ ଭୋଟ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ମିଳିଥିବା ଏଏପି ମୁଖ୍ୟ ଖବରଦାତାଙ୍କୁ କହିଛନ୍ତି। ଏହା ସ୍ପଷ୍ଟ ଯେ, ଏଏପି ପଞ୍ଜାବ ନିର୍ବାଚନ ଜିତିବ। ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯାଇଛି, ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ’ ବୋଲି କେଜରିଓ୍ବାଲ କହିଛନ୍ତି।






More Stories
ସୁପ୍ରିମକୋର୍ଟରେ ଓଡିଶା ପୋଲିସ ଡିଜି ମାମଲା……
ଟ୍ରକରେ ଲୁଚି ଯାତ୍ରା କରିଥିଲେ ଟ୍ରମ୍ପ……
ରୁଷ୍ ଉପରେ ଆକ୍ରମଣ; ୧୩ ମୃତ, ୩୯ ଆହତ…..