ରିପୋର୍ଟ କାର୍ଡ / ମାଲକାନଗିରି
ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛି। ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ। କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ବେଳେ ଗୁଳି ବିନିମୟ ହୋଇଛି। ସିଆରପିଏଫ, ଏସଟିଏଫ ଓ ଡିଆରଜି ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ମିଳିତ କମ୍ବିଂ ଅପରେସନ୍। ତିନି ଦିନ ଧରି ବସ୍ତର ଅଞ୍ଚଳରେ ଲଗାତାର ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି। ୧୮ ତାରିଖ ଦିନ ବିଜାପୁର ଓ ସୁକୁମା ଜିଲ୍ଲାରେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ। ଗତକାଲି ମଧ୍ୟ ସୁକମା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷିତ ଥିବା ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ମଧ୍ୟ ମୃତ୍ୟୁବରଣ କରିଥିବା ନେଇ ବସ୍ତର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..