Report Card Odisha

| Daily Odia News

ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀଙ୍କ ପ୍ରତିମୂର୍ତ୍ତି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାନୁଆରୀ ୨୩ ତାରିଖରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ହେଲୋଗ୍ରାମ ମୂର୍ତ୍ତିର ଉଦଘାଟନ ହେବ । ଗ୍ରାନାଇଟ୍ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି କହିଛନ୍ତି ମୋଦୀ । ତେବେ ଗ୍ରାନାଇଟ୍ ତିଆରି ପ୍ରତିମୂର୍ତ୍ତି ନହେବା ପର୍ଯ୍ୟନ୍ତ ହୋଲୋଗ୍ରାମ ଷ୍ଟାଚ୍ୟୁ ଲାଗିବ । ଏହି ଷ୍ଟାଚ୍ୟୁ ୨୩ ତାରିଖ ଦିନ ନେତାଜୀ ଜୟନ୍ତୀରେ ଅନାବରଣ ହେବ । ସୂଚନା ଯେ, ଇଣ୍ଡିଆ ଗେଟରେ ଦୀର୍ଘ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତିକୁ ବିଲୟ କରାଯାଇ ଜାତୀୟ ଯୁଦ୍ଧ ସ୍ମାରକରେ ତାକୁ ରଖାଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହାକୁ ନେଇ ବିରୋଧୀ ମାନେ ମୋଦୀ ସରକାରଙ୍କୁ ଟାେର୍ଗେଟ କରିବାରେ ଲାଗିଛନ୍ତି ।

Breaking News