ରିପୋର୍ଟ କାର୍ଡ /ଭୁବନେଶ୍ୱର
ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିଥାନ୍ତି | କରୋନା ପାଇଁ ଚଳିତ ବର୍ଷ ପରମ୍ପରାକୁ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ କଟକରେ ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ। ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି। ସେହିପରି ୨୦ଟି ଜିଲ୍ଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବାର ଥିବାବେଳେ ୩ଟି ସ୍ଥାନରେ ଆରଡିସି ଓ ୯ଟି ସ୍ଥାନରେ ଜିଲ୍ଲାପାଳମାନେ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ପଂଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ଆଚରଣ ବିଧି ଲାଗୁ ହୋଇଥିବାରୁ ମନ୍ତ୍ରୀମାନେ ସରକାରଙ୍କ ସଫଳତା ନେଇ ଭାଷଣବାଜି କରିବା ଉପରେ ବି କଟକଣା ଜାରି ହୋଇଛି ।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……