ରିପୋର୍ଟ କାର୍ଡ / କରଞ୍ଜିଆ
ଜଙ୍ଗଲରୁ ଅଜଣା ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପର୍ଦାଫାସ କରିଛି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ । ଖବର ଅନୁଯାୟୀ, ତୁରୁମୁଙ୍ଗା ଥାନା ବଡଗମ୍ଭାରୀଆର ଜଣେ ଯୁବତୀ ପାଟଣା ଥାନା କାମେଶ୍ଵରପୁରର ଜଣେ ଯୁବକ ତପନ ମହାରଣାଙ୍କୁ ପ୍ରେମ କରୁଥିଲେ। ଯୁବତୀ ଜଣଙ୍କୁ ତାଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ ପ୍ରେମିକ ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଗତ ୧୯ ତାରିଖରେ ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ରବିବାର ସନ୍ଧ୍ୟାରେ ଠାକୁରମୁଣ୍ଡା ପୋଲିସ ଅଭିଯୁକ୍ତ ପ୍ରେମିକକୁ କେନ୍ଦୁଝର ଟାଉନଥାନା ଅଞ୍ଚଳରେ ଥିବା ତାର ଶ୍ଵଶୁର ଘରୁ ଗିରଫ କରିଛି । ଘଟଣାରେ ଅଧିକ ତଥ୍ୟ ପାଇଁ ପଚରାଉଚୁରା ମଧ୍ୟ କରୁଛି। ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୋଲିସ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..