ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗତ ୨୪ ଘଣ୍ଟାରେ ଆଉ ୩ଲକ୍ଷ ୬ହଜାର ୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୪୩୯ଜଣଙ୍କ ଜୀବନନେଇଛି ମହାମାରୀ କରୋନା ଭୂତାଣୁ । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୨,୪୩,୪୯୫ ଆକ୍ରାନ୍ତ । ଦେଶରେ କରୋନା ସକ୍ରିୟ ମାମଲା ୨୨,୪୯,୩୩୫ ରହିଥିବା ବେଳେ, ଦେଶରେ ଦୈନିକ ସଂକ୍ରମଣ ହାର ୨୦.୭୫% ରହିଛି । ଅନ୍ୟପଟେ ଦେଶରେ ଓମିକ୍ରନ ତାର କାୟା ମେଲାଇ ଚାଲିଛି । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଯାଏ ଦେଶରେ ୧୦ ହଜାର ଉପରେ ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..