ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରିସାରିଛି ବୋଲି। ଯାହା କି ଏକ ଆଶ୍ବସ୍ତିର ଖବର ମଧ୍ୟ କୁହାଯାଇପାରେ। ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ସବୁ ଜିଲ୍ଲାରେ ରହିଛି। ଲୋକମାନଙ୍କ ବ୍ୟବହାରରେ ଯେମିତି ସଂକ୍ରମଣ ନବଢ଼ୁ ସେ ନେଇ ଯତ୍ନବାନ ହେବାର ରହିଛି। କେବଳ ସହରରେ ନୁହେଁ ଗାଁ ମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି । ସେହିପରି ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ ରୁ ୭ ଭିତରେ ରହୁଛି। ରାଜ୍ୟରେ ଫାଟର୍ନିଟି ରେଟ କମ ଅଛି। ଯେତିକି ସରକାରଙ୍କ ତଥ୍ୟ ଦିଆଯାଇଛି ୯୫% ବହୁବିଧ ରୋଗୀ ରହୁଛନ୍ତି। ବର୍ତ୍ତମାନର ମୃତ୍ୟୁ ସଂଖ୍ୟା ଦେଖି କହି ହେବ ନାହିଁ ରାଜ୍ୟରେ ମୃତ୍ୟୁ ବଢିଛି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….