ରିପୋର୍ଟ କାର୍ଡ / ରାଉରକେଲା
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଏପରିକି ଉତ୍ତ୍ୟକ୍ତ ହୋଇ ଯୁବତୀଜଣକ ରାଉରକେଲା ସେକ୍ଟର-୩ସ୍ଥିତ ବିଜେପି ପାର୍ଟି ଅଫିସକୁ ଭଙ୍ଗାରୁଜା କରିଛନ୍ତି । ଯୁବତୀଜଣଙ୍କ ହେଲେ ଗୌରୀ ମୁଣ୍ଡା। ଅଭିଯୋଗ ଅନୁସାରେ, ମୁଁ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହେଉଥିବାରୁ, ମୋତେ ସହଯୋଗ କରିବାକୁ ଜୁଏଲ୍ ଓରାମଙ୍କୁ ଫୋନ୍ କରିଥିଲି। ସେ ହଁ ମାରିଥିଲେ। ସେ ରାଉରକେଲା ଆସିବାର ପ୍ରୋଗାମ ଥିବାରୁ ମୁଁ ତାଙ୍କୁ ଫୋନ୍ କରିଥିଲି। ହେଲେ ସେ ଫୋନରେ ମୋତେ ଗାଳିଗୁଲଜ କରିଥିଲେ। ଅନ୍ୟପକ୍ଷରେ ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ କହିଛନ୍ତି, ଏହା ପ୍ରାୟୋଜିତ ମିଥ୍ୟା ଅଭିଯୋଗ। ଜୁଏଲ୍ ଓରାମଙ୍କୁ ବଦନାମ କରିବା ପାଇଁ ଏପରି କରାଯାଇଛି। ଟିକେଟ ନ ମିଳିବାରୁ ଯୁବତୀଜଣଙ୍କ ଏପରି କରିଛି। କୌଣସି ଏକ ନିର୍ଦ୍ଦିଷ୍ଟ ପାର୍ଟି ଦ୍ୱାରା ଏଭଳି ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି। ତେବେ ଏନେଇ ଜୁଏଲଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ପାର୍ଟି ଅଫିସରେ ଭଙ୍ଗାରୁଜାକୁ ନେଇ ସେକ୍ଟର-୩ ଥାନାରେ ଅଭିଯୋଗ କରିଛି ବିଜେପି ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..