ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ୭୫ ବିମାନ ଫ୍ଲାଇପାଷ୍ଟ କରିବେ। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର କହିଛି | ୭୫ ବିମାନର ଭବ୍ୟ ଫ୍ଲାଇ ପାଷ୍ଟ ସହ ସାଂସ୍କୃତିକ ପ୍ରଦର୍ଶନ, ୭୫ ମିଟର ଲମ୍ବର ୧୦ ସ୍କ୍ରଲର ପ୍ରଦର୍ଶନ ପରି କାର୍ଯ୍ୟକ୍ରମ ବୁଧବାର ଗଣତନ୍ତ୍ର ଦିବସ ପରେଡ୍ରେ ପ୍ରଥମ ଥର ଦେଖିବାକୁ ମିଳିବ। ମନ୍ତ୍ରଣାଳୟ ନିଜର ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଗଣତନ୍ତ୍ର ଦିବସ ପରେଡ୍-୨୦୨୨ ଭାରତର ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତି ସମୟରେ ଆୟୋଜନ ହେଉଛି। ସମଗ୍ର ଦେଶରେ ସ୍ଵାଧୀନତାର ୭୫ତମ ବର୍ଷକୁ ଅମୃତ ମହୋତ୍ସବ ଭାବେ ପାଳନ କରାଯାଉଛି। ତେଣୁ ପରେଡ୍ ଇତିହାସରେ ପ୍ରଥମ ଥର ଭାରତୀୟ ବାୟୁସେନାର ୭୫ ବିମାନ ସ୍ଵାଧୀନତାର ଅମୃତ ମହୋତ୍ସବ ଭାବେ ଫ୍ଲାଇପାଷ୍ଟ କରିବେ। ଏଥିସହ ପରେଡ୍ରେ ରାଫେଲ, ସୁଖୋଇ, ଜଗୁଆର, ଏମଆଇ-୧୭, ସାରଙ୍ଗ, ଆପାଚେ ଏବଂ ଡକୋଟା ପରି ପୁରୁଣା ଏବଂ ବର୍ତ୍ତମାନର ଅତ୍ୟାଧୁନିକ ବିମାନ ଫ୍ଲାଇପାଷ୍ଟ କରିବେ। ଏଥି ସହିତ ମେଘନା, ଏକଲବ୍ୟ, ତ୍ରିଶୂଲ, ତ୍ରିରଙ୍ଗା, ବିଜୟ ଏବଂ ଅମୃତ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଥମ ଥର ପରେଡ୍ରେ ରାଜପଥରେ ୭୫ ମିଟର ଲମ୍ବ ଏବଂ ୧୫ ଫୁଟ ଉଚ୍ଚର ୧୦ ସ୍କ୍ରଲ ପ୍ରଦର୍ଶିତ କରାଯିବ। ଏହି ସ୍କ୍ରଲକୁ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ଵର ଏବଂ ଚଣ୍ଡିଗଡରେ ସମଗ୍ର ଦେଶର ୬୦୦ରୁ ଅଧିକ ପ୍ରସିଦ୍ଧ କଳାକାର ଏବଂ ଯୁବ କଳାକାର ପ୍ରସ୍ତୁତ କରିଛନ୍ତି। ପ୍ରଥମ ଥର ପରେଡ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରଙ୍କ ଚୟନ ଦେଶବ୍ୟାପୀ ପ୍ରତିଯୋଗିତା ଜରିଆରେ କରାଯାଇଛି।






More Stories
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..