ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ବସିବ ବୈଠକ । ଏହି ବୈଠକ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ । ବୈଠକରେ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସୂଚନା ଥାଉକି, କୋଭିଡ ତୃତୀୟ ଲହର ତଥା ଓମିକ୍ରନକୁ ଦୃଷ୍ଟିରେ ରଖି ଜାନୁୟାରୀ ଶେଷ ଯାଏଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । କେବଳ ବାହାରେ ପରିତପାବନ ଦର୍ଶନ କରିବାକୁ ଅନୁମତି ଥିଲା । ଏବେ ଖୁବଶୀଘ୍ର ମନ୍ଦିର ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି । ଯାହା ଅନୁମାନ କରାଯାଉଛି, ଯଦି ମନ୍ଦିର ଖୋଲେ ତେବେ କୋଭିଡ ପ୍ରୋଟକଲ ଅନୁସାରେ ତଥା କଟକଣା କଡକାଡି ପାଳV କରିବାକୁ ନିର୍ଦ୍ଦେଶ ହୋଇପାରେ ।






More Stories
ପ୍ରଦୀପ ଜେନାଙ୍କ ନାମରେ ଜନସ୍ଵାର୍ଥ ମାମଲା ରୁଜୁ…..
ବିଜେଡି ନେତାଙ୍କ ଘର ଯାଞ୍ଚ……
ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ…..