ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୬୯ ବର୍ଷ ପରେ ଟାଟା ହାତକୁ ଫେରିଲା ଏୟାର୍ ଇଣ୍ଡିଆ | ଗୁରୁବାର ସରକାର ଔପଚାରିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତ କରିଛନ୍ତି। ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ଟାଟା ଗ୍ରୁପ ଅଧିନକୁ ଆସିଛି। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି। ଆଜି ସରକାରୀ ଭାବେ ହସ୍ତାନ୍ତର ପୂର୍ବରୁ ଟାଟା ସନ୍ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଟାଟା ଗ୍ରପୁକୁ ଏୟାର ଇଣ୍ଡିଆ ଫେରିବା ପରେ ଆମେ ଅତ୍ୟନ୍ତ ଖୁସି ବୋଲି ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି। ଏହାକୁ ବିଶ୍ୱସ୍ତରୀୟ ଏୟାର ଲାଇନ୍ସ ତିଆରି କରିବାରେ ଟାଟା ଗ୍ରୁପ ଉଦ୍ୟମ କରିବ ବୋଲି ସେ କହିଛନ୍ତି। ଗତ ବର୍ଷ ଅକ୍ଟୋବରରେ ନିଲାମି ପ୍ରକ୍ରିୟାରେ ଟାଟା ଗ୍ରୁପ୍ ସବୁଠୁ ଅଧିକ ଟଙ୍କା ୧୮,୦୦୦ କୋଟି ଟଙ୍କା ଦେଇ ଏହାକୁ କିଣିଥିଲା। କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ପରେ ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ୍ ହାତକୁ ଫେରିଛି। କେନ୍ଦ୍ର ସରକାର ଅକ୍ଟୋବର ୨୫ରେ ୧୮,୦୦୦ କୋଟି ଟଙ୍କାରେ ଏୟାର ଇଣ୍ଡିଆର ବିକ୍ରି ପାଇଁ ଟାଟା ସନ୍ସ ସହ ରାଜିନାମା କରିଥିଲେ। ସରକାରଙ୍କୁ ୨୭୦୦ କୋଟି ଟଙ୍କା ନଗଦ ଦେବ ଏବଂ ଏୟାର ଲାଇନ୍ ଉପରେ ଥିବା ୧୫,୩୦୦ କୋଟି ଟଙ୍କା ବକେୟା ପରିଶୋଧ କରିବା ନେଇ ଚୁକ୍ତି ହୋଇଥିଲା। ଏୟାର ଇଣ୍ଡିଆ ୨୦୦୭-୦୮ରେ ଇଣ୍ଡିଆନ ଏୟାରଲାଇନ୍ସ ସହିତ ବିଲୟ ପରଠୁ କ୍ରମାଗତ ଘାଟାରେ ଚାଲିଥିଲା।
More Stories
ପାକିସ୍ତାନର ଚିନ୍ତା ବଢ଼ାଇଲା ତାଲିବାନ….
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ରାହୁଲ ଗାନ୍ଧୀ…..
କଳା ବ୍ୟାଣ୍ଡ ପିନ୍ଧି ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣକଲା ଟିମ୍ ଇଣ୍ଡିଆ…..