ରିପୋର୍ଟ କାର୍ଡ / ପୁରୀ
ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଅଣକୋଭିଡ୍ ମୃତକଙ୍କ ସତ୍କାର ହୋଇପାରିବ। ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। କୋଭିଡ୍ ନିୟମ ଅନୁସାରେ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇପାରିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତ ବଢ଼ି ଚାଲିଥିଲା। ପ୍ରତିଦିନ ଶହଶହ ଲୋକ କରୋନାରେ ଆକ୍ରାନ୍ତ ହେଉଥିଲେ। ଯାହାକୁ ନେଇ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲା ବାହାର ମୃତଦେହକୁ ସ୍ୱର୍ଗଦ୍ୱାରରେ ସତ୍କାର ପାଇଁ ଅନୁମତି ଦିଆଯାଇନଥିଲା। ଆଜି ସୁଦ୍ଧା ଜିଲ୍ଲାରେ ୪୯୦୧୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୪୭୫୪୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୦୦୮ ଜଣ ବିଭିନ୍ନ କୋଭିଡ୍ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ମହାମାରୀ ଜାଲରେ ଛନ୍ଦି ହୋଇ ୪୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ରୋଗରେ ୩ ଜଣଙ୍କ ଜୀବନ ଯାଇଛି। ସେପଟେ ଭକ୍ତ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର। ଲୋକେ ଶ୍ରୀଜିଉଙ୍କ ଦର୍ଶନ କରିପାରୁ ନାହାନ୍ତି। ବର୍ଦ୍ଧିତ କରୋନା ସଂକ୍ରମଣ ସହିତ କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍ର କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ଯୋଗୁ ଏଭଳି ପଦକ୍ଷେପ ନିଆଯାଇଛି।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..