ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ସୁପରମାର୍କେଟ୍ ଓ ୱାକ୍-ଇନ୍ ଶପ୍ ଗୁଡ଼ିକରେ ୱାଇନ୍ ବିକ୍ରିକୁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିଜେପି ବିରୋଧ କରିଥିବା ଜଣାପଡିଛି | ସରକାର ମହାରାଷ୍ଟ୍ରକୁ ମଦ୍ୟ-ରାଷ୍ଟ୍ରରେ ପରିଣତ କରିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରିଛି। ଅନ୍ୟପକ୍ଷରେ ବିଜେପିର ଯୁକ୍ତିକୁ କାଟିବାକୁ ଯାଇ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ୱାଇନ୍ ମଦ ନୁହେଁ। ସେ କହିଛନ୍ତି, ଯଦି ୱାଇନ୍ର ବିକ୍ରି ବଢ଼ିବ, ତା’ହେଲେ ଏଥିରୁ ଚାଷୀମାନେ ଲାଭ ପାଇବେ। ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଆମେ ଏଭଳି ନିଷ୍ପତ୍ତି ନେଇଛୁ। ବିଜେପି କେବଳ ବିରୋଧ କରୁଛି। କିନ୍ତୁ ଚାଷୀଙ୍କ ପାଇଁ କିଛି କରୁ ନାହିଁ। ରାଜ୍ୟର ସୁପରମାର୍କେଟ ଓ ୱାକ୍-ଇନ୍ ଶପ୍ଗୁଡ଼ିକରେ ୱାଇନ୍ ବିକ୍ରି ନେଇ ରହିଥିବା ପ୍ରସ୍ତାବକୁ ଗୁରୁବାର ମହାରାଷ୍ଟ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହା ଦ୍ୱାରା ଫଳରୁ ୱାଇନ୍ ତିଆରି କରୁଥିବା କାରଖାନା ଗୁଡ଼କ ଉନ୍ନତି କରିବା ସହିତ ଚାଷୀମାନଙ୍କର ଆୟ ବି ବଢ଼ିବ। ଅନ୍ୟପକ୍ଷରେ ଯେଉଁ ସୁପରମାର୍କେଟ ଗୁଡ଼ିକ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ପାଖରେ ଥିବ, ସେଠାରେ ୱାଇନ୍ ବିକ୍ରିକୁ ଅନୁମତି ମିଳିବ ନାହିଁ। ସେହିଭଳି ଯେଉଁ ଜିଲ୍ଲା ଗୁଡ଼ିକରେ ମଦ ବିକ୍ରି ଉପରେ ରୋକ୍ ଲାଗିଛି, ସେଠାରେ ବି ୱାଇନ୍ ବିକ୍ରିକୁ ଅନୁମତି ମିଳିବ ନାହିଁ। ତେବେ ବିଜେପି ପକ୍ଷରୁ କୁହାଯାଇଛି ଯେ ମହାରାଷ୍ଟ୍ର ସରକାର ମଦ ପିଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ କହିଛନ୍ତି ଯେ ମହାରାଷ୍ଟ୍ରକୁ ଏକ ମଦ୍ୟ-ରାଷ୍ଟ୍ରରେ ପରିଣତ ହେବାକୁ ଦିଆଯିବନି। ଶିବସେନା-ଏନ୍ସିପି-କଂଗ୍ରେସ ସରକାର ଦୁଇ ବର୍ଷ ହେଲା ମହାମାରୀ ବେଳେ ଲୋକଙ୍କୁ କିଛି ସାହାଯ୍ୟ କରି ନଥିବା ବେଳେ ଏବେ ମଦ ବିକ୍ରିକୁ ଅଗ୍ରାଧିକାର ଦେଉଛନ୍ତି।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..