Report Card Odisha

| Daily Odia News

ମୁଁ କେବେ ହାରିବି ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ବଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଦୃଢ଼ୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି କି, ଆଜି ନାମାଙ୍କନ ଦାଖଲ କଲି । ମୁଁ କେବେ ହାରିବି ନାହିଁ । ମୋର ୧୭ ବର୍ଷର ରାଜନୈତିକ କ୍ୟାରିୟରରେ ମୁଁ କିଛି ଭୁଲ କରିନାହିଁ । ଯାହା ଠିକ୍‍ ତାହା ମୁଁ କରିଛି । ସବୁବେଳେ ସତ୍ୟର ସାଥ୍‍ ଦେଇଛି । ସବୁ ସମୟରେ ଲୋକଙ୍କ ସାଥିରେ ରହିଛି । ତେଣୁ ମୁଁ ହାରିବି ନାହିଁ ବୋଲି କହିଛନ୍ତି ସିଦ୍ଧୁ । ଅନ୍ୟପଟେ ସିଦ୍ଧୁ ଅକାଳୀ ଦଳକୁ ଟାର୍ଗେଟ୍‍ ମଧ୍ୟ କରିଛନ୍ତି । ସେ କହିଛନ୍ତି, ଅକାଳୀ ଦଳର ଲୋକେ ଡ୍ରଗ୍ସ ବିକ୍ରି କରୁଛନ୍ତି । ଏଭଳି ସମୟରେ କିଏ ତାଙ୍କୁ ଭୋଟ୍‍ ଦେବ ବୋଲି ସିଦ୍ଧୁ ପ୍ରଶ୍ନ କରିଛନ୍ତି । ଆଜି କରୋନା କଟକଣା ମଧ୍ୟରେ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ନାମାଙ୍କନ ଦାଖଲ କରିଥିଲେ । ଦାଖଲ କରିବା ସମୟରେ ଏପରି ବୟାନ ଦେଇଥିଲେ ।

 

Breaking News