ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସହରର ଏକ ବାବୁପୁରୱା ପୋଲିସ ଷ୍ଟେସନ ପରିସରର ଟାଟମିଲ ଛକ ନିକଟରେ ଘଟିଛି ଏହି ଘଟଣା । ଦ୍ରୁତ ଗତିରେ ଆସୁଥିବା ଭାରସାମ୍ୟ ହରାଇ ଅନେକ ଲୋକଙ୍କ ଉପରେ ମାଡିଯାଇଥିଲା । ନିୟନ୍ତ୍ରଣ ହରାଇବା ପରେ ଇ-ବସଟି ଟ୍ରାଫିକ ବୁଥ ପୋଷ୍ଟରେ ଯାଇ ମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର ଦୃଶ୍ୟ ଏତେ ମାତ୍ରାରେ ଭୟାବହ ଥିଲା କି, ସେଠାରେ ଥିବା ଲୋକେ ଭୟରେ ଥରି ଉଠିଥିଲେ । ଏଥିରେ ୯ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଏହି ଘଟଣା ଘଣ୍ଟାଗରରୁ ଟାଟମିଲ ଛକ ମଧ୍ୟରେ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..