ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି । ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ଚନ୍ଦ୍ରଶେଖପୁର ଥାନା ଅଞ୍ଚଳରେ ସୋମବାର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ଘର ଭିତରେ ମୃତଦେହ ଅବସ୍ଥାରେ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଚନ୍ଦ୍ରଶେଖପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହକୁ ଜବତ କରିଛି। ଏହାସହିତ ମୃତଦେହ ନିକଟରେ ଏକ ସୁଇସାଇଡ଼ ନୋଟ୍ ପଡିଥିବାର ମଧ୍ୟ ସୂଚନା ରହିଛି । ଯାହାକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି ଚନ୍ଦ୍ରଶେଖପୁର ଥାନା ପୋଲିସ । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି କମିଶନରେଟ୍ ପୋଲିସ । ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ଅଧିକ ତଥ୍ୟ ଯୋଗାଡ଼ ଲାଗି ପୋଲିସ ତଦନ୍ତ ଆରମ୍ଭ କରିଛି ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..