ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ରେ ଡାକଘର ଡିଜିଟାଲ ସେବା ଉପରେ ଗୁରୁତ୍ୱ ଦିଆଯାଇଛି। ଡାକଘର ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ହେବ। ଅର୍ଥମନ୍ତ୍ରୀ କହିଛନ୍ତି, ୧.୫ ଲକ୍ଷ ଡାକଘରରେ ୧୦୦ ପ୍ରତିଶତ କୋର୍ ବ୍ୟାଙ୍କିଙ୍ଗ ପ୍ରଣାଳୀ ପର୍ଯ୍ୟାୟ ଭୂକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡାକଘରେ ଏଣିକି ଏଟିଏମ ରହିବ। ଏହା ବ୍ୟତୀତ ନେଟ୍ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ, ଏଟିଏମ ମାଧ୍ୟମରେ ଆକାଉଣ୍ଟରେ ପହଞ୍ଚାଯିବ। ଡାକଘର ଖାତା ଓ ବ୍ୟାଙ୍କ ଖାତା ମଧ୍ୟରେ ଟଙ୍କା ଅନଲାଇନ ମାଧ୍ୟରେ ପଠାଯାଇପାରିବ। ଏଭଳି ନିଷ୍ପତ୍ତିି ଦ୍ୱାରା ବରିଷ୍ଠ ନାଗରିକ ଓ କୃଷକମାନେ ବେଶ ଉପକୃତ ହେବେ । ଫଳରେ ବରିଷ୍ଠ ନାଗରିକ ବ୍ୟାଙ୍କରେ ଧାଡିରେ ଠିଆ ହେବାକୁ ପଡିବ ନାହିଁ। ଏହାସହ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ପୋଷ୍ଟାଲ ମାଧ୍ୟମରେ ଆସୁଥିବାରୁ ସେମାନେ ପୋଷ୍ଟାଲ ଖାତାରୁ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରିପାରିବେ।
More Stories
ଓଟିଇଟି ରେଜଲ୍ଟ ପ୍ରକାଶ….
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..