ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଭିନ୍ନ ଏନଏସି ଓ ମ୍ୟୁନିସିପାଲିଟି କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦଚ ପାଢ଼ୀ ପ୍ରେସ୍ମିଟ୍ର ଜରିଆରେ ତାଲିକା ଘୋଷଣା କରିଛନ୍ତି | କହିଛନ୍ତି କି ଫେବ୍ରୁଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ । ଫେବ୍ରୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ ହେବ । ଫେବ୍ରୁଆରୀ ୨୪ରେ ଆସିବ ଚୂଡ଼ାନ୍ତ ତାଲିକା । ରାଜ୍ୟର ୧୦୭ ଏନଏସି ଓ ମ୍ୟୁନିସିପାଳିଟି ପାଇଁ ୧୭୫୬ କାଉନସିଲର ପଦବୀ ରହିଛି । ତନ୍ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତି ପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂରକ୍ଷିତ ପାଇଁ ୬୬୮ ଟି ଆସନ ସଂରକ୍ଷଣ ନେଇ ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେପଟେ ପୌର ଓ ଏନଏସି ନିର୍ବାଚନ ନେଇ ପ୍ରସ୍ତୁତି ଚାଲିଛି । ଖୁବଶୀଘ୍ର ନିର୍ବାଚନ ତାରିଖ ଓ ସଂଶୋଧିତ ଓ୍ୱାର୍ଡ ତାଲିକ ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ପରେ ଏହି ତାରିଖ ଘୋଷଣ ହେବ ବୋଲି ଆଶା କରାଯାଉଛି । ନିର୍ବାଚନକୁ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଅହରହ ଉଦ୍ୟମ କରୁଛନ୍ତି ।
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଏତିକି ଖାଲି କରିଦିଅନ୍ତୁ,ମୋତେ ଆଣ୍ଠା କହିଲେ ଆଣ୍ଠେଇବି…..
ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ…..