ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ମାସ ୫ରୁ ଆରମ୍ଭ ହେବାକୁ ଥିବା ସ୍ନାତ୍ତକ ଇଞ୍ଜିନିଅରିଂ ଯୋଗ୍ୟତା ପରୀକ୍ଷା ‘ଗେଟ-୨୦୨୨’ ବାତିଲ କରିବା ନେଇ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଡ଼ି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦିଆ ଯାଇଛି | ଯଦି ଏହି ପରୀକ୍ଷା ବାତିଲ କରାଯାଏ ତେବେ ଅରାଜକତା ଏବଂ ଅନିଶ୍ଚିତତା ଭଳି ପରିସ୍ଥିତି ସୃଷ୍ଟି ହେବ। ଦାୟର ହୋଇଥିବା ଆବେଦନରେ, କୋଭିଡ-୧୯ ମହାମାରୀର ତୃତୀୟ ଲହର ଯୋଗୁ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଯୁକ୍ତି ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଓକିଲ ପଲ୍ଲଵ ମଙ୍ଗିଆ ଏହି ମାମଲା ପରିଚାଳନା କରୁଥିଲେ। ଚଳିତ ଥର ଆଇଆଇଟି ଖଡ଼ଗପୁର ଆୟୋଜନ କରୁଥିବା ବେଳେ ଇତି ମଧ୍ୟରେ ପରୀକ୍ଷା ପ୍ରବେଶ ପତ୍ର ମଧ୍ୟ ଦିଆସରିଛି। ଆବେଦନର ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ପ୍ରାୟ ୯ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିବା ବେଳେ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ବାତିଲ ପାଇଁ ଦାବି କରିଥିବା ସୂଚନା ମିଳିଛି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….