ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଓଡିଶାକୁ ମିଳିଥିବା ରେଳ ବଜେଟ ଅନୁଦାନ କୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି ୨୦୧୪ ପରଠାରୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ଅନୁଦାନ ବଢ଼ିଛି । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା । ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି, ଯାହା ୟୁପିଏ ସରକାର ଅମଳରେ ମିଳିଥିବା ଅନୁଦାନ ତୁଳନାରେ ୧୦ ଗୁଣ ଅଧିକ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ୨୦୧୪ରୁ ୧୯ ପର୍ଯ୍ୟନ୍ତ ହାରାହାରି ବାର୍ଷିକ ୪୧୨୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୯-୨୦ରେ ୪ହଜାର ୫୬୮, ୨୦-୨୧ରେ ୫ ହଜାର ୨୯୬ କୋଟି ଦିଆ ଯାଇଥିଲା । ୨୦୨୧-୨୨ରେ ପ୍ରଥମେ ୫ ହଜାର ୯୨୧ ଓ ପରେ ୫୫୦ କୋଟି ଦିଆ ଯାଇଥିଲା । ସେହିପରି ୨୦୨୧-୨୨ରେ ମୋଟ ୬୪୭୧ କୋଟି ଦିଆଯାଇଥିଲା ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ସହ ରେଳ ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । କଳାହାଣ୍ଡି ରେଳ ୱାଗନ ଫ୍ୟାକ୍ଟ୍ରି ସଂପର୍କରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଏଯାଏ ୫୦% ଜମି ଅଧିଗ୍ରହଣ ହୋଇଛି, ରାଜ୍ୟ ଜମି ଦେଲେ କାମ ଆରମ୍ଭ ହେବ ।
More Stories
ପହଲଗାମ୍ ଆକ୍ରମଣର ଦୃଢ଼ ଜବାବ ଦିଆଯିବ……
ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ଯୋଗ୍ୟତା ସ୍ନାତକ…..
କ୍ୟାବିନେଟ୍ ବୈଠକରେ ୬ ପ୍ରସ୍ତାବକୁ ଅନୁମୋଦନ…..