ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଟ୍ ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର । ୬ରୁ ୮ ସପ୍ତାହ ପରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ପରୀକ୍ଷା ମାର୍ଚ୍ଚ ୧୨ରେ ହୋଇଥାନ୍ତା । ସୂଚନାନୁସାରେ, ମାର୍ଚ୍ଚ ୧୨ରେ ନିଟ୍ ପିଜି-୨୦୨୨ ହୋଇଥାନ୍ତା । କିନ୍ତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ, ୨୦୨୧ ନିଟ୍ ପିଜି କାଉନସେଲିଂ ତାରିଖ ଚଳିତ ବର୍ଷର ପରୀକ୍ଷା ତାରିଖ ସହ ସମାନ ଥିଲା । ତେଣୁ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ଏପରିକି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟକୁ ମଧ୍ୟ ମାମଲା ଯାଇଥିଲା । ତେବେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଏହାକୁ ୬ରୁ ୮ ସପ୍ତାହ ଯାଏଁ ଘୁଞ୍ଚାଇ ଦିଆଯାଇଛି ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……