ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହାସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉତ୍କଳଗୌରବ ମଧୁସୂଦନ ଦାସ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ଏବଂ ଓଡିଆ ଜାତିର ସ୍ୱାଭିମାନ। ମଧୁସୂଦନ ଦାସ ବିଖଣ୍ଡିତ ଓଡିଶାକୁ ଏକତ୍ର କରି ବ୍ରିଟିଶ ସରକାରଙ୍କ ପାଖରୁ ଓଡିଶାର ହୃଦଗୌରବ ଫେରାଇ ଆଣିବାକୁ ସ୍ୱପ୍ନ ଦେଖିଥିଲେ। ତାଙ୍କର ଉଦ୍ୟମରେ ହିଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସାକାର ହୋଇଥିଲା। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକରୁ ୨୦ କିଲୋମିଟର ଦୂର ସତ୍ୟଭାମାପୁର ଗ୍ରାମରେ ମଧୁସୂଦନ ଦାସ ଜନ୍ମଗ୍ରହଣ କରିଥିଲେ। ୧୯୩୪ ମସିହା ଫେବ୍ରୁଆରୀ ୪ ତାରିଖରେ ମଧୁବାବୁ ଇହଲୀଳା ତ୍ୟାଗ କରିଥିଲେ। ତାଙ୍କର ଅସାଧାରଣ ବୁଦ୍ଧି,ବଦାନ୍ୟତା, ମାତୃଭାଷା ପ୍ରେମ,ରାଜ୍ୟ ସ୍ୱତନ୍ତ୍ରତା ପାଇଁ ପ୍ରଚେଷ୍ଟା ଓ ଶିଳ୍ପାୟନ ଉଦ୍ୟମକୁ ସର୍ବଦା ସ୍ମରଣୀୟ ହୋଇ ରହିବ।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..