ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଡାକୁଆ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ୨ ଆତଙ୍କବାଦୀ ଲସ୍କର-ଇ-ତୋଇବାରର ସଦସ୍ୟ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ସମୟରେ ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ତେବେ ମୃତ ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ତାର ନାଁ ଇଖଲାକ ହାଜମ ହୋଇଥିବା ବେଳେ ସେ ଅନନ୍ତନାଗ ହସନପୋରାରେ ଏଚ ସି ଅଲି ମୋହମ୍ମଦଙ୍କ ହତ୍ୟା ଘଟଣାରେ ସାମିଲ ଥିଲା ବୋଲି ସୂଚନା ଦେଇଛି ସୁରକ୍ଷାବାହିନୀ । ହେଲେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..