ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବସନ୍ତ ପଞ୍ଚମୀ । ବିଣାବାଦିନୀ ହଂସ ବାହିନୀ ମା ସରସ୍ବତୀଙ୍କ ପୂଜା | ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପବିତ୍ର ସରସ୍ୱତୀ ପୂଜା ପାଳନ କରାଯାଏ । ଏହି ଦିନ ମା’ଙ୍କୁ ପୂଜାକରିବା ଦ୍ୱାରା ସେ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି । ତେବେ ମା’ଙ୍କ ପୂଜା ଅନ୍ୟ ତିଥି ପର୍ବରେ ବି କରାଯାଇଥାଏ । ହେଲେ ପଞ୍ଚମୀ ହେଉଛି ମା’ ସରସ୍ୱତୀଙ୍କୁ ପୂଜା କରିବାର ବିଶେଷ ଦିନ । ଏହିଦିନ ପୂଜା କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ । ଜ୍ଞାନ କଳା ଏବଂ ସଙ୍ଗୀତର ଦେବୀ ହେଉଛନ୍ତି ବାଗ୍ ଦେବୀ ମା ସରସ୍ବତୀ । ଯେଉଁ ବ୍ୟକ୍ତିମାନେ ଶିକ୍ଷା, କଳା କିମ୍ବା ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇ ନାହାଁନ୍ତି ସେହି ଲୋକମାନେ ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା କରିବା ଉଚିତ୍ । ବସନ୍ତ ପଞ୍ଚମୀର ପର୍ବ ଅର୍ଥାତ୍ ସରସ୍ବତୀ ପୂଜା ସମଗ୍ର ଦେଶରେ ଧୁମ୍ଧାମ ସହିତ ପାଳନ କରାଯାଏ । ଯେଉଁମାନେ ମା ସରସ୍ୱତୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି, ସେମାନେ ବହୁ ଖ୍ୟାତି ଅର୍ଜନ ଲାଭ କରନ୍ତି । ବିଶେଷକରି ବିଦ୍ୟାର୍ଥିମାନଙ୍କ ପାଇଁ ଏହି ପର୍ବର ବହୁତ ଗୁରୁତ୍ୱ ରହିଛି । ଏହି ଦିନ, ସକାଳେ ଗାଧୋଇବା ପରେ ସମସ୍ତ ବିଦ୍ୟାର୍ଥିମାନେ ଦେବୀ ସରସ୍ୱତୀଙ୍କୁ ଶିକ୍ଷା ପାଇଁ ପୂଜା କରନ୍ତି ।
More Stories
ସମ୍ମାନିତ ହେବେ….
ସାହସୀ ଓ ଜ୍ଞାନୀ ହେବେ…..
ସୁନା ଦର ୯୮ ହଜାର ପାର୍…..