Report Card Odisha

| Daily Odia News

୮ରେ ବାୟୋ ସିଏନଜି ପ୍ଲାଣ୍ଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇନ୍ଦୋରର ଦେବଗୁରାଡିଆ କୋର୍ଟରେ ବାୟୋ ସିଏନଜି ପ୍ଲାଣ୍ଟର କାମ ସଂପୂର୍ଣ୍ଣ ହୋଇ ସାରିଛି। ଫେବୃଆରୀ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ଲାଣ୍ଟର ଉଦଘାଟନ କରିବେ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ପ୍ଲାଣ୍ଟରେ ଉତ୍ପାଦିତ ଗ୍ୟାସ୍‌ରେ ପ୍ରତିଦିନ ଏଆଇସିଟିଏସଏଲର ବସ୍ ସଞ୍ଚାଳିତ ହେବ। ରାଜ୍ୟରେ ପ୍ରଥମ ଥର ଇନ୍ଦୋର ନିଗମ ଏହି ଧରଣର ପ୍ରୟୋଗ କରିବାକୁ ଯାଉଛି। ଅଧିକାରୀ କହିଛନ୍ତି, ସହରରେ ପ୍ରତିଦିନ ଡୋର ଟୁ ଡୋର ଆବର୍ଜନା ସଂଗ୍ରହରେ ୨୦୦ ଟନ ଓଦା ଆବର୍ଜନା ବାହାରୁଛି। ବଡ ମାତ୍ରାରେ ଓଦାଳିଆ ଆବର୍ଜନାର ପୃଥିକୀକରଣ କରିବା ମୁସ୍କିଲ ହେଉଥିଲା। ପ୍ରାରମ୍ଭିକ ସମୟରେ ଓଦାଳିଆ କଚରାରୁ ଜୈବିକ ସାର ପ୍ରସ୍ତୁତ କରାଯାଉଥିଲା। ଏହି ସାରକୁ କୃଷକଙ୍କୁ କିଲୋ ପ୍ରତି ୩ ଟଙ୍କା ହିସାବରେ ବିକ୍ରି କରାଯାଉଥିଲା। କୃଷକ ବହୁଳ ମାତ୍ରାରେ ଏହାକୁ ଉପଯୋଗ କରିଛନ୍ତି ଏବଂ ଅଧିକ ମାତ୍ରାରେ ଫସଲ ମଧ୍ୟ ଉତ୍ପାଦିତ ହୋଇଛି। ଏହା ପରେ ଯେଉଁ ଆବର୍ଜନା ବଳକା ରହି ଯାଉଛି, ଏହାର ଉପଯୋଗ ସିଏନଜି ପାଇଁ ବ୍ୟବହାର କରାଯାଉଛି। ଗୁଜରାଟ କମ୍ପାନୀ ଦ୍ଵାରା ଓଦା ଆବର୍ଜନାରୁ ଗ୍ୟାସ୍ ପ୍ରସ୍ତୁତ କରିବାକୁ ଚୁକ୍ତି ହୋଇଥିଲା। ଏହା ପରେ ପ୍ରାୟ ଦୁଇ ବର୍ଷରୁ କମ ସମୟ ହେବ କାମ ଜାରି ରହିଥିଲା। ଏଠାରୁ ବର୍ତ୍ତମାନ ୫୦୦ ଟନ ଗ୍ୟାସ୍ ଉତ୍ପାଦନ ହେବ। ବର୍ତ୍ତମାନ ସହରରେ ଏଆଇସିଟିଏସଏଲର ୪୦୦ରୁ ଅଧିକ ବସ୍ ଯାତାୟତ କରୁଛି। ଏହି ସବୁ ବସ୍ ପେଟ୍ରୋଲ ପମ୍ପରେ ସିଏନଜି ଭରୁଛନ୍ତି ଏବଂ ଖର୍ଚ୍ଚ ଅଧିକ ପଡୁଛି। ଏବେ ଦେବଗୁରାଡିଆ ସ୍ଥିତ ସିଏନଜି ପ୍ଲାଣ୍ଟରୁ ବସ୍‌ଗୁଡିକରେ ଗ୍ୟାସ୍ ଭରାଯାଇ ପାରିବ। ପରୀକ୍ଷାମୂଳକ ଭାବେ କିଛି ବସ୍‌ରେ ଗ୍ୟାସ୍ ଭରାଯିବ ବୋଲି ଅଧିକାରୀ କହିଛନ୍ତି।

 

Breaking News