ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ବଜେଟ୍ ପରେ କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବଢ଼ାଇ ଦେଇଛନ୍ତି । ମହଙ୍ଗା ଭତ୍ତାକୁ ୧୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହି ବୃଦ୍ଧିପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ମୋଟା ଅଙ୍କର ବୃଦ୍ଧି ଘଟିଛି । ସୂଚନା ଯେ, ଏହି ବୃଦ୍ଧି କେବଳ କେନ୍ଦ୍ରୀୟ ସାର୍ବଜନୀକ କ୍ଷେତ୍ର ଉଦ୍ୟମ(CPSEs)କୁ ମିଳିବ । ସେମାନଙ୍କ ମହଙ୍ଗା ଭତ୍ତାକୁ ଜାନୁଆରୀ ମାସରେ ରିଭାଇଜ୍ କରାଯାଇଥିଲା । ଏହାପୁର୍ବରୁ କର୍ମଚାରୀଙ୍କୁ ୧୭୦.୫ ପ୍ରତିଶତ ଦରରେ ଡିଏ ମିଳୁଥିଲା । ଏହାକୁ ଏବେ ବୃଦ୍ଧି କରାଯାଇ ୧୮୪.୧ କରାଯାଇଛି । ରିପୋର୍ଟସ୍ ମୁତାବକ, ଅଣ୍ଡର ସେକ୍ରେଟାରୀ ସାମୁଏଲ୍ ହକ୍ କହିଛନ୍ତି ଯେ, CPSEs ର ବୋର୍ଡ ଲେବଲ୍ ଓ ବୋର୍ଡ ଲେବଲ୍ ତଳିଆ ଅଧିକାରୀଙ୍କୁ ଏଥିରେ ଫାଇଦା ମିଳିବ । ଏବେ ଏହି କର୍ମଚାରୀଙ୍କୁ ୧୮୪.୧ ପ୍ରତିଶତ ଦରରେ ଡିଏ ବା ମହଙ୍ଗାଭତ୍ତା ମିଳିବ ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..