ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାଜଧାନୀ ଦିଲ୍ଲୀର ଏନସିଆରରେ ଭୂମିକମ୍ପ ହୋଇଛି । ସକାଳ ୯ଟା ୪୫ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଦିଲ୍ଲୀ-ଏନସିଆରରେ ଲୋକମାନେ ପ୍ରାୟ ୧୫ରୁ ୨୦ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିଲେ ବୋଲି ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରହିଥିବା ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ । ଖାଲି ରାଜଧାନୀ ଦିଲ୍ଲୀ ନୁହେଁ ଦିଲ୍ଳୀ ସହ ଜାମ୍ମୁ-କାଶ୍ମୀର ଓ ହରିଆଣାରେ ମଧ୍ୟ ଭୂମିକମ୍ପ ହୋଇଛି । ଜାମ୍ମୁ କାଶ୍ମୀରରେ ଭୂକମ୍ପର ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା । ନୋଏଡାର ଲୋକମାନେ ମଧ୍ୟ ଭୂକମ୍ପର ଅନୁଭବ କରିଥିଲେ। ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ହୋଇଥିବା ସୂଚନା ମିଳିଛି ।






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..