ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନ ୧୧ଟା ୩୫ରେ ଭୁବନେଶ୍ବରରେ ପହଞ୍ଚିବେ ରେଳ ମନ୍ତ୍ରୀ । ଦିନ ୧୨ଟା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମ୍ବୋଧିତ କରିବେ | ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତ ୨୦୨୨-୨୩ ବଜେଟକୁ ନେଇ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ରେଳ ମନ୍ତ୍ରୀ। ଅପରାହ୍ନ ୪ଟା ବେଳେ କଟକ ସ୍ଥିତ ସାରଳା ଭବନରେ ଓଡିଶାର ବୁଦ୍ଧିଜୀବୀ ମାନଙ୍କୁ ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା ଉପରେ ସମ୍ବୋଧିତ କରିବେ ଅଶ୍ୱିନୀ ବୈଷ୍ଣବ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..