ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚିର ନିଦ୍ରାରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର। ତାଙ୍କ ବିୟୋଗରେ ସ୍ତବ୍ଧ ହୋଇ ଯାଇଛି ସାରା ଦେଶ। ଫେବ୍ରୁଆରୀ ୬ ଏବଂ ୭ ରେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ମହାନ ଗାୟିକାଙ୍କ ସମ୍ମାନାର୍ଥେ ଦୁଇ ଦିନିଆ ଜାତୀୟ ଶୋକ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦିବଙ୍ଗତ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସରଙ୍କୁ ରାଜ୍ୟସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଗୃହରେ ରାଜ୍ୟସଭା ସଦସ୍ୟ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଛନ୍ତି। ଏକ ଯୁଗର ଅବସାନ କହି ରାଜ୍ୟସଭା ଅଧ୍ୟକ୍ଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନାନୁସାରେ, ଲୋକସଭାରେ ଅପରାହ୍ନ ୪ ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ ବିର୍ଲା ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ତାଙ୍କ ସମ୍ମାନାର୍ଥେ ଲୋକସଭାରେ ଗୃହକାର୍ଯ୍ୟ ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯିବ । କିମ୍ବଦନ୍ତୀ ଗାୟିକା ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଗୃହକୁ ଆଜି ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ଉଲ୍ଲେଖ ଯୋଗ୍ୟ -ରବିବାର ସକାଳେ ମୁମ୍ବଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଲତା ମଙ୍ଗେସକରଙ୍କର ଦେହାନ୍ତ ହୋଇଥିଲା। ରବିବାର ପ୍ରାୟ ସନ୍ଧ୍ୟା ୬.୩୦ ସମୟରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ମୁମ୍ବଇରେ ଅନ୍ତିମ ସଂସ୍କାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବଇରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର ସାମ୍ରାଜ୍ଞୀ ଲତାଙ୍କ ପାଇଁ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଜାତୀୟ ଶୋକ ସମୟରେ ଫେବୃଆରୀ ୬ ଏବଂ ୭ ରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……