ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ନେଇ କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୋଲିସ ଯଦି ତାଙ୍କୁ ଗିରଫ କରିବ ତେବେ ବିଜେପିକୁ ଆଉ ପ୍ରଚାର କରିବାକୁ ପଡ଼ିବନି। ଶହେରୁ ଶହେ ଲୋକ ଆମକୁ ସମର୍ଥନ କରିବେ ଏବଂ ବିନା ପରିଶ୍ରମରେ ଆମେ ଜିଲ୍ଲାର ୫୬ରୁ ୫୬ ଜିଲ୍ଲା ପରିଷଦ ଆସନକୁ ପୋଛିନେବୁ। ବିଭିନ୍ନ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଶ୍ରୀ ଟୁଡୁ ରବିବାର ଏହିଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେ କହିଛନ୍ତି ଯେ, ପୋଲିସ ଯଦି ମୋତେ ଗିରଫ କରେ ତେବେ ବିଜେପିକୁ ଆଉ ପ୍ରଚାର କରିବାକୁ ପଡ଼ିବନି । ଶହେରୁ ଶହେ ଲୋକ ଆମକୁ ସମର୍ଥନ କରିବେ । ଫଳରେ ଆମେ ବିନା ପରିଶ୍ରମରେ ଜିଲ୍ଲାର ୫୬ଟି ଯାକ ଜିଲ୍ଲା ପରିଷଦ ଆସନକୁ ପୋଛିନେବୁ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀ ଟୁଡୁ ଗତ ଦୁଇଦିନ ଧରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ନିର୍ବାଚନୀ ପ୍ରଚାର ସମୟରେ ଶ୍ରୀ ଟୁଡୁ ପରୋକ୍ଷ ଭାବରେ ଶାସକ ବିଜେଡିକୁ କଟାକ୍ଷ କରିଛନ୍ତି । ପୋଲିସ ମାଡ଼ମରା ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଭୟରେ କେନ୍ଦ୍ରମନ୍ତ୍ରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।






More Stories
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..
ନୂଆପଡାରେ ହୀରା ଖଣି…..
କାଳବୈଶାଖୀ ସତର୍କତା…..