ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତ ନିର୍ବାଚନ ପାଇଁ କଟକଣା କୋହଳ କରାଯାଇଛି | ଏନେଇ ଆଜି ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନର ପରିଚାଳନା ଓ କୋଭିଡ଼ କଟକଣାର ଅନୁପାଳନ ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ ବସିଥିଲା । ଭର୍ଚୁଆଲ୍ ମାଧ୍ୟମରେ ବସିଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳମାନ ଉପସ୍ଥିତ ରହିଥିଲେ । ଆଜିର ଏହି ସମୀକ୍ଷା ବୈଠକ କେତେକ କଟକଣାକୁ କୋହଳ କରାଯାଇଛି । ତେବେ କୋହଳ ହୋଇଥିବା କଟକଣା ଗୁଡିକ ହେଉଛି ଯଥାକ୍ରମେ- ରାଜନୈତିକ ସଭାକୁ ଅନୁମତି ଦିଆଯାଇଛି । ୩ଶହ ଲୋକଙ୍କୁ ନେଇ ସଭା ଏବଂ ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନିଂ । ଆଉଟ ଡୋର ମିଟିଙ୍ଗକୁ ନେଇ ନିର୍ବାଚନ କମିଶନ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି । ଏଥିସହିତ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ପୂର୍ବପରି ବାଇକ୍ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରଖାଯାଇଛି ।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..