ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। କୋଭିଡ୍ କଟକଣା ପାଇଁ ଚଳିତବର୍ଷ ବି ମେଳା ଫିକା ପଡ଼ିବ। କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ। ଭକ୍ତଙ୍କ ପାଇଁ ମେଳା ବାରଣ ଥିବା ବେଳେ କୌଣସି ପ୍ରକାର ଦୋକାନ ବଜାର ଖୋଲିବ ନାହିଁ। ଏହାସହ ଅପେରା ପାର୍ଟିକୁ ମଧ୍ୟ ବନ୍ଦ କରାଯାଇଛି। ରବିବାଠାରୁବିଭିନ୍ନ ରାଜ୍ୟରୁ ବାବାମାନେ ଆସି ପହଞ୍ଚିଛନ୍ତି। ଚଳିତ ବର୍ଷ ଖଣ୍ଡଗିରି ମୋଟ୍ ୧୦୦ ଜଣ ବାବା ଆସିବେ। ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି। କରୋନା କଟକଣା ପାଇଁ ଜନ ସମାଗମ ଉପରେ ରୋକ ଲାଗିଥିବାରୁ କେବଳ ସାଧୁସନ୍ଥ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିବେ।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..