ରିପୋର୍ଟ କାର୍ଡ / ରାଉରକେଲା
ଭିଜିଲାନ୍ସ ଜାଲରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର | ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ତାଙ୍କ ପାଖରୁ ଭିଜିଲାନ୍ସ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଛି | ସେ ବହୁ ବେନାମୀ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ସନ୍ଦେହ କରିଛି। ମିଳିଥିବା ସୂଚନା ଅନୁସାରେ ଓଆରଏସ୍ ଅଧିକାରୀ ଶ୍ରୀ ନାୟକଙ୍କୁ ଆଜି ଗିରଫ କରାଯାଇ ସୁନ୍ଦରଗଡ଼ସ୍ଥିତ ସ୍ପେଶାଲ ଭିଜିଲାନ୍ସ ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଶ୍ରୀ ନାୟକ ଓ ତାଙ୍କ ସାନଭାଇଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ତାଙ୍କର ରାଉରକେଲାରେ ୭୫ଲକ୍ଷ ଟଙ୍କାର ଏକ ତିନିମହଲା କୋଠା ଘର, ରାଉରକେଲାରେ ୩୫ଲକ୍ଷ ଟଙ୍କାର ଏକ କୋଠା, ଭୁବନେଶ୍ୱର ଗୋଠପାଟଣାରେ ୫୦ଲକ୍ଷ ଟଙ୍କାର ୩ ବେଡରୁମ ବିଶିଷ୍ଟ ଫ୍ଲାଟ, ୨ଟି ଚାରିଚକିଆ ଗାଡ଼ି ସମେତ ବହୁ ସୁନା ଅଳଙ୍କାର ଓ ବ୍ୟାଙ୍କ ଜମା ଆଦି ଜବତ ହୋଇଛି । ଗତକାଲି ଭିଜିଲାନ୍ସ ତାଙ୍କ ଘର ଓ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ଉ କରି ଏହି ସବୁ ସମ୍ପତ୍ତି ଜବତ କରିଥିଲା ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..